ବଢୁଛି ଦୈନିକ କରୋନା ମାମଲା : ଗତ 24 ଘଣ୍ଚାରେ 3.47 ଲକ୍ଷ ରୋଗୀ ଚିହ୍ନଟ, ସକ୍ରିୟ ରୋଗୀ ସଂଖ୍ୟା 20 ଲକ୍ଷ ପାର୍

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 3 ଲକ୍ଷ 47 ହଜାର 254 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 703 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କିଛି ଦିନହେବ କରୋନା ଦୈନିକ ସଂକ୍ରମଣରେ ତୀବ୍ର ବୃଦ୍ଧି ପରେ ବର୍ତ୍ତମାନ ସଂକ୍ରମଣରେ ଅହେତୁକ ବୃଦ୍ଧି ହୋଇଛି । ସେହପରି କରୋନାଜନିତ ମୃତ୍ୟୁ ମଧ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି । ଏହା ସହିତ ସକ୍ରିୟ ମାମଲା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

CoronaVirus

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 3 ଲକ୍ଷ 47 ହଜାର 254 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 703 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 9692 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 2 ଲକ୍ଷ 51 ହଜାର 777 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 20 ଲକ୍ଷ 18 ହଜାର 825 ଜଣ ସକ୍ରିୟ ରୋଗୀ ଅଛନ୍ତି । ମୋଟ ମୃତକଙ୍କ ସଂଖ୍ୟା 4 ଲକ୍ଷ 88 ହଜାର 396 କୁ ବୃଦ୍ଧି ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 85 ଲକ୍ଷ 66 ହଜାର 27 ରେ ପହଞ୍ଚିଛି । ଏଥି ମଧ୍ୟରୁ 3 କୋଟି 60 ଲକ୍ଷ 58 ହଜାର 806 ଜଣ ସୁସ୍ଥ ହୋଇସାରିଛନ୍ତି ।
ସେହିପରି ଦେଶରେ କରୋନା ବିରୋଧର ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 160 କୋଟି 43 ଲକ୍ଷ 70 ହଜାର 484 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 70 ଲକ୍ଷ 49 ହଜାର 779 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+