ଖସୁଛି କରୋନା ସଂକ୍ରମିତଙ୍କ ଗ୍ରାଫ୍ : ଗତ 24 ଘଣ୍ଟାରେ 3.29 ଲକ୍ଷ ନୂଆ ସଂକ୍ରମିତ, 3.56 ଲକ୍ଷ ହେଲେ ସୁସ୍ଥ

ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 29 ହଜାର 942 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 3 ଲକ୍ଷ 56 ହଜାର 82 ଜଣ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଭାରତ ପାଇଁ ଆରାମଦାୟକ ଖବର ଆସିଛି । ଦ୍ୱିତୀୟ ଲହ ର ଜାରି ସତ୍ତ୍ୱେ ଦୀର୍ଘ ଦିନ ପରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ଅପେକ୍ଷା ଅଧିକ ରୋଗୀ ସୁସ୍ଥ ହଇଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 29 ହଜାର 942 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 3 ଲକ୍ଷ 56 ହଜାର 82 ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଏବେ ବି ଚିନ୍ତାଜନକ ଏବଂ ଗତ ଗୋଟିଏ ଦିନରେ ସଂକ୍ରମଣ ହେତୁ 3,876 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ନୂତନ ଆକଳନ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 29 ଲକ୍ଷ 92 ହଜାର 517 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥଙ୍କ ସଂଖ୍ୟା 1 କୋଟି 90 ଲକ୍ଷ 27 ହଜାର 304 ଛୁଇଛି । ଦେଶରେ ବର୍ତ୍ତମାନ 37 ଲକ୍ଷ 15 ହଜାର 221 ସକ୍ରିୟ ମାମଲା ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ରୋଗରେ ମୋଟ 2 ଲକ୍ଷ 49 ହଜାର 992 ଜଣଙ୍କ ଜୀବନ ଯାଇଛି । ଏଥି ସହିତ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 17,27,10,066 ଡୋଜ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+