ପୁଣି ବଢୁଛି ଦୈନିକ କରୋନା ମାମଲା : ଗତ 24 ଘଣ୍ଚାରେ 3.17 ଲକ୍ଷ ରୋଗୀ ଚିହ୍ନଟ, ସକ୍ରିୟ ରୋଗୀ ସଂଖ୍ୟା 19 ଲକ୍ଷ ପାର୍

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 3 ଲକ୍ଷ 17 ହଜାର 532 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 491 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 9287 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆଦିଲ୍ଲୀ : କିଛି ଦିନହେବ କରୋନା ଦୈନିକ ସଂକ୍ରମଣରେ ତୀବ୍ର ବୃଦ୍ଧି ପରେ ଗତ କାଲି ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । କିନ୍ତି ଚିନ୍ତାର ବିଷୟ ଆଜି ଏହି ସଂଖ୍ୟାରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ସେହପରି କରୋନାଜନିତ ମୃତ୍ୟୁ ମଧ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି । ଏହା ସହିତ ସକ୍ରିୟ ମାମଲା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

CoronaVirus

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 3 ଲକ୍ଷ 17 ହଜାର 532 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 491 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 9287 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 2 ଲକ୍ଷ 23 ହଜାର 990 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 19 ଲକ୍ଷ 24 ହଜାର 51 ଜଣ ସକ୍ରିୟ ରୋଗୀ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+