For Quick Alerts
Turn On Notification  
For Daily Alerts
Oneindia App Download

ତିନି ହଜାର ତଳେ କରୋନା ଦୈନିକ ସଂକ୍ରମଣ, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2991 ରୋଗୀ

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 2 ହଜାର 991 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 4 ହଜାର 301 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

|

ନୂଆଦିଲ୍ଲୀ : ପାର୍ବଣ ଋତୁରେ କମିଛି ଦୈନିକ କରୋନା ମାମଲା । ଦେଶରେ କରୋନା ମାମଲାରେ ବୃଦ୍ଧି ପରେ ଗତତାଲି ଏଥିରେ ହ୍ରାସ ହୋଇଛି । ଗତ କାଲି ଏହା ତିନି ହଦାର ତଳେ ରହିଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି । ଯାହାକି ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ସେହିପରି ସକ୍ରିୟ ମାମଲା 36 ହଜାରକୁ ଖସିଛି ।

corona virus

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 2 ହଜାର 991 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 4 ହଜାର 301 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 36 ହଜାର 126 କରୋନା ସକ୍ରିୟ ରୋଗୀ ଅଛନ୍ତି । ଗତକାଲି କରୋନା କାରଣରୁ 8 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 45 ଲକ୍ଷ 97 ହଜାର 498 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 40 ଲକ୍ଷ 32 ହଜାର 671 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 28 ହଜାର 701 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 218 କୋଟି 72 ଲକ୍ଷ 06 ହଜାର 075 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 1 ଲକ୍ଷ 70 ହଜାର 034 ଡୋଜ୍ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 2991 fresh covid cases in last 24 hours, 8 deceased
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X