ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ : ଗତ 24 ଘଣ୍ଟାରେ 29,616 ନୂଆ ସଂକ୍ରମିତ ଚିହ୍ନଟ, 290 ମୃତ
ଗତ 24 ଘଣ୍ଟାରେ ଦେଶରେ 29 ହଜାର 616 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 290 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 29 ହଜାର 616 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 290 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 36 ଲକ୍ଷ 24 ହଜାର 419 ରେ ପହଞ୍ଚିଛି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 46 ହଜାର 658କୁ ବୃଦ୍ଧି ପାଇଛି ।
ଏହି ସହିତ ଗତ 24 ଘଣ୍ଟାରେ 28 ହଜାର 46 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 3କୋଟି 28 ଲକ୍ଷ 76 ହଜାର 319 ହୋଇଛି । ଏହା ବ୍ୟତୀତ ବର୍ତ୍ତମାନ ଦେଶରେ 3 ଲକ୍ଷ 1ହଜାର 442 ଜଣ ସକ୍ରିୟ ରୋଗୀ ଅଛନ୍ତି ।
କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତ କାଲି ସୁଦ୍ଧା ସମୁଦାୟ 84 କୋଟି 89 ଲକ୍ଷ 29 ହଜାର 160 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟାରେ 71 ଲକ୍ଷ 04 ହଜାର 51 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications