ପୁଣି ବଢିଲା ଦୈନିକ କରୋନା ମାମଲା : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2927 ରୋଗୀ, ପ୍ରାଣ ହରାଇଲେ 32 ଜଣ
ଗତ 24 ଘଣ୍ଟାରେ ମୋଟ 2927 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 32 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ନୂଆଦିଲ୍ଲୀ : ଗତ ଏକ ସପ୍ତାହ ହେଲା ଦୈନିକ କରୋନା ମାମଲା କ୍ରମାଗତ ଭାବେ ଦୁଇ ହଜାରରୁ ଅଧିକ ରହୁଛି । ଆଜି ଏହି ସଂଖ୍ୟା ତିନି ହଜାରରୁ ସାମାନ୍ୟ କମ୍ ରହିଛି । ଗତକାଲି ସାରା ଦେଶରେ ରେକର୍ଡ ହୋଇଥିବା କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଚିନ୍ତା ବଢାଇ ଦେଇଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 2927 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 32 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2252 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ 16 ହଜାର 279 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 65 ହଜାର 496 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 25 ହଜାର 563 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 23 ହଜାର 654 ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 188 କୋଟି 19 ଲକ୍ଷ 40 ହଜାର 971 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 21 ଲକ୍ଷ 97 ହଜାର 082 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications