କମୁନି ଦୈନିକ କରୋନା ମାମାଲା, ଚିହ୍ନଟ ହେଲେ 281 ଆକ୍ରାନ୍ତ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 281 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 171 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 2901 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ ବୃଦ୍ଧି ପରେ କମୁନାହିଁ । ଗତ କିଛି ଦିନ ହେବ କରୋନା ମାମଲା ସ୍ଥିର ରହିଛି । ଏପରିକି ଦୈନିକ ମାମଲା ତିନି ଶହ ପାଖାପାଖି ରହିଛି । ଆଶ୍ୱସ୍ତିକର ଖବର ହେଉଛି, କରୋନାଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 281 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 171 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 2901 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ କୌଣସି କରୋନାଜନିତ ମୃତ୍ୟୁ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 46 ଲକ୍ଷ 88 ହଜାର 101 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 54 ହଜାର 425 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 775 ରୋଗୀ ପ୍ରାଣ ହରାଇଛନ୍ତି ।
କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 220 କୋଟି 64 ଲକ୍ଷ 23 ହଜାର 392 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 1 ହଜାର 183 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications