କରୋନାଜନିତ ମୃତ୍ୟୁରେ ଆଖିଦୃଶିଆ ହ୍ରାସ, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2745, ପ୍ରାଣ ହରାଇଲେ 6 ଆକ୍ରାନ୍ତ
ସାରା ଦେଶରେ ମୋଟ 2745 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏହି ସମୟରେ 6 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 2236 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
ନୂଆଦିଲ୍ଲୀ : ସାରା ଦେଶରେ ଗତ କିଛି ଦିନ ହେବ କରୋନା ଦୈନିକ ମାମଲା କ୍ରମାଗତ ଭାବେ ସ୍ଥିର ରହୁଛି । ଗତକାଲି ସାମାନ୍ୟ ହ୍ରାସ ହୋଇଥିବା ବେଳେ ଆଜି ଏଥିରେ ପୁଣି ବୃଦ୍ଧି ହୋଇଛି । କିଛି ଦିନ ମାମଲାରେ ହ୍ରାସ ପରେ ଏହା ପୁଣି କ୍ରମାଗତ ଭାବେ 2 ହଜାର ଉପରେ ରହିଆସୁଛି । ଏଥି ସହିତ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ହୋଇଛି ।

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 2745 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏହି ସମୟରେ 6 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 2236 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ଦେଶରେ ମୋଟ 18 ହଜାର 386 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 60 ହଜାର 832 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 26 ଲକ୍ଷ 17 ହଜାର 810 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପରିକି 5 ଲକ୍ଷ 24 ହଜାର 636 ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
କରୋନା ମହାମାରୀ ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ସାରା ଦେଶରେ ଏଯାବତ୍ ମୋଟ 193 କୋଟି 57 ଲକ୍ଷ 20 ହଜାର 807 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 10 ଲକ୍ଷ 91 ହଜାର 110 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications