କରୋନା ଦୈନିକ ସଂକ୍ରମଣରେ ହ୍ରାସ, ଗତ 24ଘଣ୍ଟାରେ 27,254 ରୋଗୀ ଚିହ୍ନଟ, 219 ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 27 ହଜାର 254 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 37 ହଜାର 687 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଗତ 24 ରେ 219 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଖିଦୃଶିଆ ହ୍ରାସ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 27 ହଜାର 254 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 37 ହଜାର 687 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଗତ 24 ରେ 219 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ମୋଟ 3 ଲକ୍ଷ 74 ହଜାର 269 ସକ୍ରିୟ ମାମଲା ଥିବାସହ ଏପର୍ଯ୍ୟନ୍ତ କରୋନା କାରଣରୁ 4 ଲକ୍ଷ 42 ହଜାର 874 ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 74 କୋଟି 38 ଲକ୍ଷ 37 ହଜାର 643 ଡୋଜ୍ କରୋନା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ 53 ଲକ୍ଷ 38 ହଜାର 945 ଡୋଜ ଟିକା ଦିଆଯାଇଛି ।












Click it and Unblock the Notifications