ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ : ଗତ 24 ଘଣ୍ଟାରେ 26,964 ନୂଆ ସଂକ୍ରମିତ ଚିହ୍ନଟ, 383 ମୃତ
ଗତ 24 ଘଣ୍ଟାରେ ଦେଶରେ 26 ହଜାର 964 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 383 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 26 ହଜାର 964 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 383 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 36 ଲକ୍ଷ 31 ହଜାର 498 ରେ ପହଞ୍ଚିଛି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 45 ହଜାର 768କୁ ବୃଦ୍ଧି ପାଇଛି ।
ଏହି ସହିତ ଗତ 24 ଘଣ୍ଟାରେ 34 ହଜାର 167 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 3କୋଟି 27 ଲକ୍ଷ 83 ହଜାର 741 ହୋଇଛି । ଏହା ବ୍ୟତୀତ ବର୍ତ୍ତମାନ ଦେଶରେ 3 ଲକ୍ଷ 1 ହଜାର 989ଜଣ ସକ୍ରିୟ ରୋଗୀ ଅଛନ୍ତି ।
କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତ କାଲି ସୁଦ୍ଧା ସମୁଦାୟ 82 କୋଟି 65 ଲକ୍ଷ 15 ହଜାର 754 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟାରେ 75 ଲକ୍ଷ 57 ହଜାର 529 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications