କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ 26 ହଜାରରୁ ଅଧିକ ରୋଗୀ ଚିହ୍ନଟ, 277 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 26 ହଜାର 727 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 277 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ପୁଣି ବୃଦ୍ଧି ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ଶୁକ୍ରବାର) କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 26 ହଜାର 727 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 277 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 28 ହଜାର 246 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 2 ଲକ୍ଷ 75 ହଜାର 224 ସକ୍ରିୟ ମାମଲା ରହିଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 37 ଲକ୍ଷ 66 ହଜାର 707 ରେ ପହଞ୍ଚିଛି । ଏଥିସହିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 487 ହଜାର 339କୁ ବୃଦ୍ଧି ପାଇଛି । ସେହିପରି ମୋଟ 3 କୋଟି 30 ଲକ୍ଷ 43 ହଜାର 144 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ବୁଲେଟିନରେ ଟୀକାକରଣ ବିଷୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 89 କୋଟି 2 ଲକ୍ଷ 8 ହଜାର 7 ଡୋଜ୍ କୋଭିଡ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 64 ଲକ୍ଷ 40 ହଜାର 451 ଡୋଜ ଦିଆଯାଇଥିଲା ।












Click it and Unblock the Notifications