ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ : ଗତ 24 ଘଣ୍ଟାରେ 26,115 ନୂଆ ସଂକ୍ରମିତ ଚିହ୍ନଟ, 34469 ଜଣ ହେଲେ ସୁସ୍ଥ

ଗତ 24 ଘଣ୍ଟାରେ ଦେଶରେ 26 ହଜାର 115 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 252 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମିତଙ୍କ ସଂଖ୍ୟା 30 ହଜାରରୁ କମ୍ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 26 ହଜାର 115 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 252 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

CoronaVirus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 35 ଲକ୍ଷ 4 ହଜାର 534 ରେ ପହଞ୍ଚିଛି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 45 ହଜାର 385କୁ ବୃଦ୍ଧି ପାଇଛି ।

ଏହି ସହିତ ଗତ 24 ଘଣ୍ଟାରେ 34 ହଜାର 469 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 3କୋଟି 27 ଲକ୍ଷ 49 ହଜାର 574 ହୋଇଛି । ଏହା ବ୍ୟତୀତ ବର୍ତ୍ତମାନ ଦେଶରେ 3 ଲକ୍ଷ 9 ହଜାର 575ଜଣ ସକ୍ରିୟ ରୋଗୀ ଅଛନ୍ତି ।

କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତ କାଲି ସୁଦ୍ଧା ସମୁଦାୟ 81 କୋଟି 85 ଲକ୍ଷ 13 ହଜାର 827 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟାରେ 96 ଲକ୍ଷ 46 ହଜାର 778 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+