25 ହଜାରକୁ ଖସିଲା ଦୈନିକ ସଂକ୍ରମଣ, ଗତ 24 ଘଣ୍ଟାରେ 492 ଜଣଙ୍କର କରୋନାଜନିତ ମୃତ୍ୟୁ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 25 ହଜାର 920 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4 କୋଟି 27 ଲକ୍ଷ 80 ହଜାର 235ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଦିନ କୁ ଦିନ କମିବାରେ ଲଗିଛି କରୋନା ଭାଇରସ ଦୈନିକ ସଂକ୍ରମଣ ମାମଲା । କିନ୍ତୁ କରୋନାଜନିତ ମୃତ୍ୟୁ ସଂଖ୍ୟା ଏବେବି ଚିନ୍ତାର କାରଣ ପାଲଟିଛି । କରୋନା ଅପଡେଟ୍ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି ।
ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 25 ହଜାର 920 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4 କୋଟି 27 ଲକ୍ଷ 80 ହଜାର 235ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ଦେଶରେ ମୋଟ 2 ଲକ୍ଷ 92 ହଜାର 92 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ 66 ହଜାର 254 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାପରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 19 ଲକ୍ଷ 77 ହଜାର 238 କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟାରେ ଦେଶରେ କରୋନା କାରଣରୁ 492 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି । ଏହାକୁ ମିଶାଇ ଦେଶରେ ଏଯାବତ୍ ମୋଟ 5 ଲକ୍ଷ 10 ହଜାର 905 ଜଣ ରୋଗୀଙ୍କ ମତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ 174 କୋଟି 64 ଲକ୍ଷ 99 ହଜାର 461 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 37 ଲକ୍ଷ 86 ହଜାର 806 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications