Covid 19 Updates : ଗତ 24 ଘଣ୍ଟା ମଧ୍ୟରେ 25, 467 ନୂଆ ମାମଲା, ସୁସ୍ଥ ହାର 97.68 % କୁ ବୃଦ୍ଧି
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 467 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 354 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ମାମଲାରେ ପୂର୍ବାପେକ୍ଷା ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 467 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 354 ଜଣଙ୍କର ମୃତ୍ୟୁ ହୋଇଛି ।

ନୂତନ ମାମଲା ଆସିବା ପରେ ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 19 ହଜାର 551 ଏବଂ ମୃତ୍ୟୁସଂଖ୍ୟା 4 ଲକ୍ଷ 35 ହଜାର 110 ରେ ପହଞ୍ଚିଛି । 24 ଘଣ୍ଟା ମଧ୍ୟରେ 39 ହଜାର 486 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ନୂଆ ତଥ୍ୟ ପରେ ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 24 ଲକ୍ଷ 74 ହଜାର 773 ରେ ପହଞ୍ଚିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 20 ହଜାର 112 କୁ ବୃଦ୍ଧି ପାଇଛି ।
ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 63 ଲକ୍ଷ 85 ହଜାର 298 ଲୋକଙ୍କୁ ଟୀକାକରଣ କରାଯାଇଛି, ଏହା ପରେ ଦେଶରେ ମୋଟ ଟୀକାକରଣ ସଂଖ୍ୟା 58 କୋଟି 89 ଲକ୍ଷ 97 ହଜାର 805 ଡୋଜ୍ ହୋଇଛି । ସୁସ୍ଥ ହାର ବର୍ତ୍ତମାନ 97.68% କୁ ବୃଦ୍ଧି ପାଇଛି ।












Click it and Unblock the Notifications