ହ୍ରାସ ପାଉଛି ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ ମାତ୍ର 25404 ରୋଗୀ ଚିହ୍ନଟ, 339 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 25 ହଜାର 404 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 37 ହଜାର 127 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 25 ହଜାର 404 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 37 ହଜାର 127 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 339 ଜଣଙ୍କର ମୃତ୍ୟୁ ହୋଇଛି ।

CoronaVirus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ମୋଟ 3 ଲକ୍ଷ 62 ହଜାର 207 ସକ୍ରିୟ ମାମଲା ଥିବାସହ ଏପର୍ଯ୍ୟନ୍ତ କରୋନା କାରଣରୁ 4 ଲକ୍ଷ 43 ହଜାର 213 ଲୋକ ପ୍ରାଣ ହରାଇଛନ୍ତି ।

ସେହପରି ଗତ 24 ଘଣ୍ଟାରେ ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 89 ହଜାର 579 କୁ ବୃଦ୍ଧି ପାଇଛି । ଏଥିସହିତ ମୋଟ 3 କୋଟି 24 ଲକ୍ଷ 84 ହଜାର 159 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+