Covid 19 Updates : 160 ଦିନରେ ସର୍ବନିମ୍ନ କରୋନା ସଂକ୍ରମିତ ଚିହ୍ନଟ, ଗତ 24 ଘଣ୍ଟା ମଧ୍ୟରେ 25,072 ନୂଆ ମାମଲା
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 72 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ 160 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।
ନୂଆଦିଲ୍ଲୀ : ଦେଶରେ କରୋନା ମାମଲାରେ ପୂର୍ବାପେକ୍ଷା ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 72 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ 160 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

କେବଳ ଏତିକି ନୁହେଁ, ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 389 ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ମାମଲା ଆସିବା ପରେ ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 33 ହଜାର 924 ଏବଂ ମୃତ୍ୟୁସଂଖ୍ୟା 4 ଲକ୍ଷ 34 ହଜାର 756 ରେ ପହଞ୍ଚିଥିବାବେଳେ ମୋଟ ମାମଲା 3 କୋଟି 24 ଲକ୍ଷ 49 ହଜାର 306 କୁ ବୃଦ୍ଧି ପାଇଛି ।
24 ଘଣ୍ଟା ମଧ୍ୟରେ 44 ହଜାର 157 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 16 ଲକ୍ଷ 80 ହଜାର 626 ରେ ପହଞ୍ଚିଛି ।
ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 7 ଲକ୍ଷ 95 ହଜାର 543 ଲୋକଙ୍କୁ ଟୀକାକରଣ କରାଯାଇଛି, ଏହା ପରେ ଦେଶରେ ମୋଟ ଟୀକାକରଣ ସଂଖ୍ୟା 58 କୋଟି 25 ଲକ୍ଷ 49 ହଜାର 595 ଡୋଜ୍ ହୋଇଛି । ପୁନରୁଦ୍ଧାର ହାର ବର୍ତ୍ତମାନ 97.63% କୁ ବୃଦ୍ଧି ପାଇଛି ।












Click it and Unblock the Notifications