ବୃଦ୍ଧି ପାଉଛି କରୋନାଜନିତ ମୃତ୍ୟୁ, ଗତ 24 ଘଣ୍ଟାରେ 56 ଜଣଙ୍କର ପ୍ରାଣହାନୀ, 2380 ରୋଗୀ ଚିହ୍ନଟ
ଗତ 24 ଘଣ୍ଟାରେ ମୋଟ 2380 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 56 ଜଣକର ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 1231 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦାନିକ ମାମଲା ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ପାରେ ବର୍ତ୍ତମାନ ଏଥିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା 2067 ଥିବା ବେଳେ ଆଜି ଏହା 2380 କୁ ବୃଦ୍ଧି ହୋଇଛି । ଏଥି ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅହେତୁକ ବୃଦ୍ଧି ହୋଇଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 2380 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 56 ଜଣକର ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 1231 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ 13 ହଜାର 433 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 49 ହଜାର 974 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 14 ହଜାର 479 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 22 ହଜାର 062 ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 187 କୋଟି 07 ଲକ୍ଷ 08 ହଜାର 111 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 15 ଲକ୍ଷ 47 ହଜାର 288 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications