ଗତ 24 ଘଣ୍ଟା ମଧ୍ୟରେ 23,529 ନୂତନ ମାମଲା ଏବଂ ସୁସ୍ଥ ହେଲେ 28718 ଜଣ
ଗତ 24 ଘଣ୍ଟା ମଧ୍ୟରେ 23 ହଜାର 529 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 28 ହଜାର 718 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ନୂଆଦିଲ୍ଲୀ : ଦୈନିକ କରୋନା ସଂକ୍ରମଣରେ ଗତ ଦୁଇ ଦିନ ଧରି ସାରା ଦେଶରେ ରେକର୍ଡ ସଂଖ୍ୟକ ହ୍ରାସ ହେବାରେ ଲାଗିଛି । ଦୁଇ ଦିନ ଦୈନିକ ସଂକ୍ରମଣରେ ହ୍ରାସ ପରେ ଆଜି ସାମାନ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 20 ହଜାର ଉପରେ ରହିଛି ।
ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 23 ହଜାର 529 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 28 ହଜାର 718 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଏହି ନୂତନ ଆକଳନ ପରେ, ମୋଟ କରୋନା ସଂକ୍ରଂମିତଙ୍କ ସଂଖ୍ୟା 3 କୋଟି 37 ଲକ୍ଷ 39 ହଜାର 980 କୁ ବୃଦ୍ଧି ପାଇଛି ଏବଂ ଉଦ୍ଧାର ହୋଇଥିବା ରୋଗୀଙ୍କ ସଂଖ୍ୟା 3 କୋଟି 30 ଲକ୍ଷ 14 ହଜାର 898 ରେ ପହଞ୍ଚିଛି । କରୋନା ରୋଗୀଙ୍କ ସୁସ୍ଥ ହାରରେ ବୃଦ୍ଧି ହେତୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଦେଶରେ 2 ଲକ୍ଷ 77 ହଜାର 20 ସକ୍ରିୟ ମାମଲା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ପରିସଂଖ୍ୟାନରେ କହିଛି ଯେ ଗତ ଗୋଟିଏ ଦିନରେ କରୋନା ଭାଇରସ ଯୋଗୁଁ 311 ଜଣଙ୍କର ମୃତ୍ୟୁ ହୋଇଛି, ଏହା ପରେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 487 ହଜାର 62 କୁ ବୃଦ୍ଧି ପାଇଛି ।
ଏଥି ସହିତ ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ 88 କୋଟି 34 ଲକ୍ଷ 70 ହଜାର 578 ଡୋଜ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 63 ଲକ୍ଷ 34 ହଜାର 306 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications