ପୁଣି ବଢିଲା କରୋନା ଆତଙ୍କ : ଗତ 24 ଘଣ୍ଟାରେ 22775 ରୋଗୀ ଚିହ୍ନଟ, ଏକ ଲକ୍ଷ ପାର ହେଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 22 ହଜାର 775 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 406 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ବର୍ଷର ପ୍ରଥମ ଦିନରେ ପୁଣି ଆତଙ୍କ ବଢାଇଲା କୋରୋନା ଭାଇରସ । କିଛି ଦିନ ହେବ ସଂକ୍ରମଣରେ ହ୍ରାସ ପାଇବା ପରେ ଆଜି ଏହା ଅତ୍ୟଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 22 ହଜାରରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 22 ହଜାର 775 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 406 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

CoronaVirus

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 8 ହଜାର 949 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 91 ହଜାର 361 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 48 ଲକ୍ଷ 61 ହଜାର 579 ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 3 କୋଟି 42 ଲକ୍ଷ 75 ହଜାର 312 ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 81 ହଜାର 486 ହୋଇଛି ।

ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 145 କୋଟି 16 ଲକ୍ଷ 24 ହଜାର 150 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ 58 ଲକ୍ଷ 11 ହଜାର 487 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+