କମୁଛି ଦୈନିକ ସଂକ୍ରମଣ ମାମଲା : ନୂଆ ମାମଲାରେ 14% ହ୍ରାସ, ଚିହ୍ନଟ ହେଲେ 2,270 ରୋଗୀ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 22 ହଜାର 270 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4 କୋଟି 28 ଲକ୍ଷ 2 ହଜାର 505 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣ ମାମଲାରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ଗତକାଲି ଅପେକ୍ଷା ମାମଲାରେ ଆଜି 14 % ହ୍ରାସ ହୋଇଛି । ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 22 ହଜାର 270 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4 କୋଟି 28 ଲକ୍ଷ 2 ହଜାର 505 ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ଦେଶରେ ମୋଟ 2 ଲକ୍ଷ 53 ହଜାର 739 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ 60 ହଜାର 298 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାପରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 20 ଲକ୍ଷ 37 ହଜାର 536 କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟାରେ ଦେଶରେ କରୋନା କାରଣରୁ 325 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି । ଏହାକୁ ମିଶାଇ ଦେଶରେ ଏଯାବତ୍ ମୋଟ 5 ଲକ୍ଷ 11 ହଜାର 230 ଜଣ ରୋଗୀଙ୍କ ମତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ 175 କୋଟି 3 ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications