ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 21566 ଆକ୍ରାନ୍ତ, 45 ରୋଗୀ ମୃତ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 21 ହଜାର 566 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 18 ହଜାର 294 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଗତ ଦୁଇ ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲାରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ଏପରିକି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଛି । ଅପରପକ୍ଷରେ ସକ୍ରିୟ ମାମଲା ଏକ ଲକ୍ଷ 48 ହଜାର ପରେ ରହିଛି । ମୃତ୍ୟୁ ସଂଖ୍ୟାରେ ହଠାତ୍ ବୃଦ୍ଧି ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି ।

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 21 ହଜାର 566 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 18 ହଜାର 294 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 48 ହଜାର 881 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 45 ରେକର୍ଡ ହୋଇଛି ।












Click it and Unblock the Notifications