କମିଲା କରୋନା ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ 2.86ଲକ୍ଷ ରୋଗୀ ଚିହ୍ନଟ, 573 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 86 ହଜାର 384 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 573ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଅଣାୟତ ହେବାରେ ଲାଗିଛି କରୋନାର ଦୈନିକ ସଂକ୍ରମଣ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣରେ ଆଖିଦୃଶିଆ ବୃଦ୍ଧି ହେବା ପରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏହା ବ୍ୟତୀତ ସକ୍ରିୟ ମାମଲା ମଧ୍ୟ ଅହେତୁକ ବୃଦ୍ଧି ହେବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସରକାରଙ୍କ ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 86 ହଜାର 384 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 573ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

CoronaVirus

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 3 ଲକ୍ଷ 6 ହଜାର 357 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 22 ଲକ୍ଷ 2 ହଜାର 472 ଜଣ ସକ୍ରିୟ ରୋଗୀ ଅଛନ୍ତି । ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 91 ହଜାର 700 ରେ ପହଞ୍ଚିଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 3 ଲକ୍ଷ 71 ହଜାର 500 କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ମୋଟ 3 କୋଟି 76 ଲକ୍ଷ 77 ହଜାର 328 ଜଣ ସୁସ୍ଥ ହୋଇସାରିଛନ୍ତି ।

ସେହିପରି ଦେଶରେ କରୋନା ବିରୋଧର ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 163 କୋଟି 84 ଲକ୍ଷ 39 ହଜାର 207 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 22 ଲକ୍ଷ 35 ହଜାର 267 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+