For Quick Alerts
Turn On Notification  
For Daily Alerts
Oneindia App Download

ପୁଣି ବଢୁଛି ଦୈନିକ କରୋନା ମାମଲା : ଗତ 24 ଘଣ୍ଚାରେ 2.82 ଲକ୍ଷ ରୋଗୀ ଚିହ୍ନଟ, ସକ୍ରିୟ ରୋଗୀ ସଂଖ୍ୟା 18 ଲକ୍ଷ ପାର୍

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 82 ହଜାର 970 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 441 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

|

ନୂଆଦିଲ୍ଲୀ : କିଛି ଦିନହେବ କରୋନା ଦୈନିକ ସଂକ୍ରମଣରେ ତୀବ୍ର ବୃଦ୍ଧି ପରେ ଗତ କାଲି ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । କିନ୍ତି ଚିନ୍ତାର ବିଷୟ ଆଜି ଏହି ସଂଖ୍ୟାରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ସେହପରି କରୋନାଜନିତ ମୃତ୍ୟୁ ମଧ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି । ଏହା ସହିତ ସକ୍ରିୟ ମାମଲା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 82 ହଜାର 970 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 441 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 8961 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

CoronaVirus

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 1 ଲକ୍ଷ 88 ହଜାର 157 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 18 ଲକ୍ଷ 31 ହଜାର ଜଣ ସକ୍ରିୟ ରୋଗୀ ଅଛନ୍ତି । ସେହିପରି କରୋନା କାରଣରୁ ମୋଟ 4 ଲକ୍ଷ 87 ହଜାର 202 ଜଣ ରୋଗୀଙ୍କ ଦେହାନ୍ତ ହୋଇଛି ।

ନୂଆ ଅପଡେଟ୍ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 79 ଲକ୍ଷ 1 ହଜାର 241 କୁ ବୃଦ୍ଧି ପାଇଛି । ସେହିପରି ସଂକ୍ରମିତଙ୍କ ମଧ୍ୟରୁ ମୋଟ 3 କୋଟି 55 ଲକ୍ଷ 83 ହଜାର 39 ଜଣ ସୁସ୍ଥ ହୋଇ ସାରିଛନ୍ତି ।

ଅନ୍ୟପକ୍ଷର କରୋନା ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 158 କୋଟି 88 ଲକ୍ଷ 47 ହଜାର 554 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 76 ଲକ୍ଷ 35 ହଜାର 229 ଡୋଜ୍ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 2.82 lakh covid cases in last 24 Hours, Active cases crosses 18 lakh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X