For Quick Alerts
Turn On Notification  
For Daily Alerts
Oneindia App Download

ଅଢେଇ ଲକ୍ଷ ପାର୍ ହେଲା ଦୈନି ସଂକ୍ରମିତଙ୍କ ସଂଖ୍ୟା, ସକ୍ରିୟ ମାମଲା 12 ଲକ୍ଷ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 64 ହଜାର 202 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 345 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

|

ନୂଆଦିଲ୍ଲୀ : ତୀବ୍ର ହେବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣର ଅହେତୁକ ବୃଦ୍ଧି ହୋଇଥିବା ପରିଲକ୍ଷିତ ହେଉଛି । ଏହା ବ୍ୟତୀତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହା ବ୍ୟତୀତ ସକ୍ରିୟ ମାମଲା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

CoronaVirus

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 64 ହଜାର 202 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 345 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 5753 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 1 ଲକ୍ଷ 9 ହଜାର 345 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 12 ଲକ୍ଷ 72 ହଜାର 73 ଜଣ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ 3 କୋଟି 48 ଲକ୍ଷ 24 ହଜାର 706 ଜଣ ସୁସ୍ଥ ହୋଇ ସାରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 2,64,202 New Corona Positive In last 24 Hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X