• search
For Quick Alerts
Turn On Notification  
For Daily Alerts

ଡରାଉଛି କରୋନାଜନିତ ମୃତ୍ୟୁ ସଂଖ୍ୟା : ଗତ 24 ଘଣ୍ଟାରେ ସଂକ୍ରମିତ ହେଲେ 2 ଲକ୍ଷ 51 ହଜାର 209 ରୋଗୀ, 627 ମୃତ

|

ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଭୟାବହତା ବଢିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞମାନଙ୍କ ଚିନ୍ତାର କାରଣ ପାଲଟିଛି । ଆଶ୍ୱସ୍ତିକର ବିଷୟ ହେଉଛି ଯେ ଗତ କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି । କିନ୍ତୁ ସକ୍ରିୟ ମାମାଲା ମଧ୍ୟ ବଢିବାରେ ଲାଗିଛି ।

CoronaVirus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 2 ଲକ୍ଷ 51 ହଜାର 209 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 3 ଲକ୍ଷ 47 ହଜାର 443 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଅପରପକ୍ଷରେ ଦେଶରେ ଗତ 24 ଘଣ୍ଟାରେ ମୋଟ 627 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହା ବାଦ୍ ଆଜି ଦେଶରେ ମୋଟ 21 ଲକ୍ଷ 5 ହଜାର 611 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 6 ଲକ୍ଷ 22 ହଜାର 709 କୁ ବୃଦ୍ଧି ପାଇଛି । ସେହିପରି ଏଥିମଧ୍ୟରୁ ମୋଟ 3 କୋଟି 80 ଲକ୍ଷ 24 ହଜାର 771 ଜଣ ସୁସ୍ଥ ହୋଇ ସାରିଛନ୍ତି । ଏହା ବ୍ୟତୀତ କରୋନା କାରଣରୁ ଦେଶରେ ଏଯାବତ୍ ମୋଟ 4 ଲକ୍ଷ 92 ହଜାର 327 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି ।

ସାରା ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମଓଟ 164 କୋଟି 44 ଲକ୍ଷ 73 ହଜାର 216 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି ମୋଟ 57 ଲକ୍ଷ 35 ହଜାର 692 ଡୋଜ୍ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 2.51 lakh Covid Positive Cases In last24 Hours, 627 Deceased
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X