For Quick Alerts
Turn On Notification  
For Daily Alerts
Oneindia App Download

ତୀବ୍ର ହେଉଛି କରୋନା ସଂକ୍ରମଣ : ଗତ 24 ଘଣ୍ଟାରେ 2,47,417 ରୋଗୀ ଚିହ୍ନଟ, ସକ୍ରିୟ ରୋଗଙ୍କ ସଂଖ୍ୟା 11 ଲକ୍ଷ ପାର୍

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 47 ହଜାର 417 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 380 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

|

ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା । ଦୈନିକ ସଂକ୍ରମଣରେ ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହା ବ୍ୟତୀତ ସକ୍ରିୟ ମାମଲା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

CoronaVirus

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 47 ହଜାର 417 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 380 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 5488 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 2162 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 84 ହଜାର 825 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 11 ଲକ୍ଷ 17 ହଜାର 531 ଜଣ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ 3 କୋଟି 47 ଲକ୍ଷ 15 ହଜାର 361 ଜଣ ସୁସ୍ଥ ହୋଇ ସାରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 2,47,417 New Corona Positive In last 24 Hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X