ସାମାନ୍ୟ ହ୍ରାସ ପାଇଲା କରୋନା ଦୈନକ ସଂକ୍ରମଣ : ଗତ 24 ଘଣ୍ଟାରେ 2.38 ଲକ୍ଷ ରୋଗୀ ଚିହ୍ନଟ, 310 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 38 ହଜାର 17 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 310 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କିଛି ଦିନହେବ କରୋନା ଦୈନିକ ସଂକ୍ରମଣରେ ତୀବ୍ର ବୃଦ୍ଧି ପରେ ଆଜି ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଚିନ୍ତାର ବିଷୟ ପାଲଟିଛି କରୋନାଜନିତ ମୃତ୍ୟୁ । ସେହିପରି ସକ୍ରିୟ ମାମଲା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।

ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 38 ହଜାର 17 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 310 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ 8891 ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 1 ଲକ୍ଷ 57 ହଜାର 421 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 17 ଲକ୍ଷ 36 ହଜାର 68 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ଅପଡେଟ୍ ପରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମୋଟ 3 କୋଟି 53 ଲକ୍ଷ 94 ହଜାର 882 ଜଣ ସୁସ୍ଥ ହୋଇ ସାରିଛନ୍ତି ।












Click it and Unblock the Notifications