ହ୍ରାସ ପାଇଲା କରୋନା ଦୈନିକ ମାମଲା : 20 ହଜାର ତଳକୁ ଖସିଲା କରୋନା ମାମଲା, ଗତ 24 ଘଣ୍ଟାରେ 673 ଜଣଙ୍କର ପ୍ରାଣହାନି
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 19 ହଜାର 968 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 673 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ଦାନି ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ବର୍ତ୍ତମାନ ଏହି ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି । ବର୍ତ୍ତମାନ କରୋନା ଦୈନିକ ମାମଲା ହ୍ରାସ ପାଇ 20 ହଜାର ତଳେ ରହିଛି । ଏଥିସହିତ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 19 ହଜାର 968 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 673 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ 48 ହଜାର 847 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 20 ଲକ୍ଷ 86 ହଜାର 383 ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 11 ହଜାର 903କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ 2 ଲକ୍ଷ 24 ହଜାର 187 ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 175 କୋଟି 37 ଲକ୍ଷ 22 ହଜାର 697 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications