ଗତ 24 ଘଣ୍ଟା ମଧ୍ୟରେ 18,870 ନୂତନ ମାମଲା ଏବଂ ସୁସ୍ଥ ହେଲେ 28178 ଜଣ
ଗତ 24 ଘଣ୍ଟା ମଧ୍ୟରେ 18 ହଜାର 870 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 28 ହଜାର 178 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ନୂଆଦିଲ୍ଲୀ : ଦୈନିକ କରୋନା ସଂକ୍ରମଣରେ ଗତ ଦୁଇ ଦିନ ଧରି ସାରା ଦେଶରେ ରେକର୍ଡ ସଂଖ୍ୟକ ହ୍ରାସ ହେବାରେ ଲାଗିଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 20 ହଜାରରୁ କମ୍ ରହୁଛି । ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 18 ହଜାର 870 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 28 ହଜାର 178 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଏହି ନୂତନ ଆକଳନ ପରେ, ମୋଟ କରୋନା ସଂକ୍ରଂମିତଙ୍କ ସଂଖ୍ୟା 3 କୋଟି 37 ଲକ୍ଷ 16 ହଜାର 451 କୁ ବୃଦ୍ଧି ପାଇଛି ଏବଂ ଉଦ୍ଧାର ହୋଇଥିବା ରୋଗୀଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 86 ହଜାର 180 ରେ ପହଞ୍ଚିଛି । କରୋନା ରୋଗୀଙ୍କ ସୁସ୍ଥ ହାରରେ ବୃଦ୍ଧି ହେତୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଦେଶରେ 2 ଲକ୍ଷ 82 ହଜାର 520 ସକ୍ରିୟ ମାମଲା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ପରିସଂଖ୍ୟାନରେ କହିଛି ଯେ ଗତ ଗୋଟିଏ ଦିନରେ କରୋନା ଭାଇରସ ଯୋଗୁଁ 378 ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 47 ହଜାର 751 କୁ ବୃଦ୍ଧି ପାଇଛି ।
ଏଥି ସହିତ ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ 87 କୋଟି 66 ଲକ୍ଷ 63 ହଜାର 490 ଡୋଜ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 54 ଲକ୍ଷ 13 ହଜାର 332 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications