ଗତ 24 ଘଣ୍ଟା ମଧ୍ୟରେ 18,795 ନୂତନ ମାମଲା ଏବଂ ସୁସ୍ଥ ହେଲେ 29030 ଜଣ

ଗତ 24 ଘଣ୍ଟା ମଧ୍ୟରେ 18 ହଜାର 795 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 26 ହଜାର 30 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ନୂଆଦିଲ୍ଲୀ : ଦୈନିକ କରୋନା ସଂକ୍ରମଣରେ ସାରା ଦେଶରେ ରେକର୍ଡ ସଂଖ୍ୟକ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ସାରା ଦେଶରେ 20 ହଜାରରୁ କମ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 18 ହଜାର 795 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 26 ହଜାର 30 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

CoronaVirus

ଏହି ନୂତନ ଆକଳନ ପରେ, ମୋଟ କରୋନା ସଂକ୍ରଂମିତଙ୍କ ସଂଖ୍ୟା 3 କୋଟି 36 ଲକ୍ଷ 97 ହଜାର 581 କୁ ବୃଦ୍ଧି ପାଇଛି ଏବଂ ଉଦ୍ଧାର ହୋଇଥିବା ରୋଗୀଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 58 ହଜାର 2 ରେ ପହଞ୍ଚିଛି । କରୋନା ରୋଗୀଙ୍କ ସୁସ୍ଥ ହାରରେ ବୃଦ୍ଧି ହେତୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଦେଶରେ 2 ଲକ୍ଷ 92 ହଜାର 206 ସକ୍ରିୟ ମାମଲା ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ପରିସଂଖ୍ୟାନରେ କହିଛି ଯେ ଗତ ଗୋଟିଏ ଦିନରେ କରୋନା ଭାଇରସ ଯୋଗୁଁ 179 ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 47 ହଜାର 373 କୁ ବୃଦ୍ଧି ପାଇଛି ।

ଏଥି ସହିତ ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ 87 କୋଟି 7 ଲକ୍ଷ 8 ହଜାର 636 ଡୋଜ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 1 କୋଟି 2 ଲକ୍ଷ 22 ହଜାର 525 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+