For Quick Alerts
Turn On Notification  
For Daily Alerts
Oneindia App Download

ଦୁଇ ହଜାର ତଳେ ରହିଛି କରୋନା ଦୈନିକ ସଂକ୍ରମଣ ମାମଲା : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 1829 ରୋଗୀ, ପ୍ରାଣ ହରାଇଲେ 33 ଆକ୍ରାନ୍ତ

ଗତ 24 ଘଣ୍ଟାରେ ମୋଟ 1829 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 33 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

|

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଥିବା ବେଳେ ଆଜି ଏହା ଦୁଇ ହଜାର ତଳକୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ସାମାନ୍ୟ ବୃଦ୍ଧି ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 1829 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 33 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2549 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

CoronaVirus

ବର୍ତ୍ତମାନ ଦେଶରେ ମୋଟ 15 ହଜାର 647 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 27 ହଜାର 199 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 87 ହଜାର 259 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 293 ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 191 କୋଟି 65 ଲକ୍ଷ 770 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 97 ହଜାର 695 ଡୋଜ୍ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 1829 New corona Positive Cases In Last 24 Hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X