ସ୍ଥିର ରହିଛି କରୋନା ମାମଲା, ଗତ 24 ଘଣ୍ଟାରେ ହୋଇନାହିଁ କୌଣସି କରୋନାଜନିତ ମୃତ୍ୟୁ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 162 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 238 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 691 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ନୂଆଦିଲ୍ଲୀ : ମାସ ଆରମ୍ଭରୁ କରୋନା ମାମଲାରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ଏହା ପରଠାରୁ କ୍ରମାଗତ ଭାବେ ଦୈନିକ କରୋନା ମାମଲା ସ୍ଥିର ରହିଛି । ଏପରିକି ଗତ କିଛି ଦିନ ହେବ କରୋନା ଦୈନିକ ମାମଲା 2 ଶହ ତଳେ ରହିଆସୁଛି । ଏହା ସହିତ ଆଶ୍ୱସ୍ତିକର ରହିଛି କରୋନାଜନିତ ମୃତ୍ୟୁ ସଂଖ୍ୟା । ମାସ ଆରମ୍ଭରୁ କରୋନା ଦୈନିକ ମାମଲା ତିନି ଶହ ତଳେ ରହିଥିବା ବେଳେ ବର୍ତ୍ତମାନ ଏହା 2 ଶହ ତଳେ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 162 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 238 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 691 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଆଶ୍ୱସ୍ତିକର ଖବର ହେଉଛି ଏହି ସମୟରେ କୌଣସି କରୋନାଜନିତ ମୃତ୍ୟୁ ହୋଇନାହିଁ ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 75 ହଜାର 609 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 41 ହଜାର 255 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 663 ରୋଗୀ ପ୍ରାଣ ହରାଇଛନ୍ତି ।
ଏହା ବ୍ୟତୀତ ସାରା ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ଆଜି ପର୍ଯ୍ୟନ୍ତ ମୋଟ 219 କୋଟି 99 ଲକ୍ଷ 39 ହଜାର 635 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 56 ହଜାର 882 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications