କରୋନା ଅପଡେଟ୍ : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 15815 ଆକ୍ରାନ୍ତ, 68 ମୃତ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 15 ହଜାର 815 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 20 ହଜାର 018 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ ବୃଦ୍ଧି ପରିଲକ୍ଷିତ ହେବା ପରେ ଗତ କିଚି ଦିନ ହେବ ଏଥିରେ ଆଖିଦୃଶିଆ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ମାମଲା 16 ହଜାର ତଳେ ରହିଛି । ଏପରିକି ସକ୍ରିୟ ମାମଲା ଏବେ ଏକ ଲକ୍ଷ 19 ହଜାରକୁ ଖସିଛି । କିନ୍ତୁ କରୋନାଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ।

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 15 ହଜାର 815 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 20 ହଜାର 018 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 19 ହଜାର 264 କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 68 ରେକର୍ଡ ହୋଇଛି ।
ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 42 ଲକ୍ଷ 39 ହଜାର 372 କୁ ବୃଦ୍ଧି ପାଇଥିବା ସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 35 ଲକ୍ଷ 93 ହଜାର 112 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 26 ହଜାର 996 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 207 କୋଟି 71 ଲକ୍ଷ 62 ହଜାର 098 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 24 ଲକ୍ଷ 43 ହଜାର 064 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications