Corona Update : କମୁନି ଦୈନିକ କରୋନା ସଂକ୍ରମଣ, ସକ୍ରିୟ ମାମଲା 10 ହଜାର ପାର୍

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ କରୋନା ସଂକ୍ରମଣରେ ଅହେତୁକ ବୃଦ୍ଧି ହେବାରେ ଲାଗିଛି । କରୋନା ଦୈନିକ ମାମଲାରେ ବୃଦ୍ଧି ହେବା ସହ ସକ୍ରିୟ ମାମଲା ମଧ୍ୟ ବଢିବାରେ ଲାଗିଛି । ଏପରିକି ବର୍ତ୍ତମାନ ଦୈନିକ ମାମଲା 15 ଶହ ପରେ ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି । ଫଳରେ ଲୋକଙ୍କ ମନରେ ପୁଣି କରୋନା ଆତଙ୍କ ଦେଖିବାକୁ ମିଳୁଛି । ଏପରିକି ଉଭୟ ସରକାର ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 1573 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 888 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 10 ହଜାର 981 ରେ ପହଞ୍ଚିଛି । ଏହି ସମୟରେ 4 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 47 ଲକ୍ଷ 07 ହଜାର 525 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 65 ହଜାର 703 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 841 ରୋଗୀ ପ୍ରାଣ ହରାଇଛନ୍ତି ।
ସାରା ଦେଶରେ କରୋନା ପାଇଁ ଜାରି ରହିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 220 କୋଟି 65 ଲକ୍ଷ 54 ହଜାର 022 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି କେବଳ 1 ହଜାର 743 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications