କରୋନା ମାମଲାରେ ବଡ଼ ହ୍ରାସ, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 14830 ରୋଗୀ

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 14 ହଜାର 830 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 18 ହଜାର 159 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ ଲାଗି ରହିଥିବା କରୋନା ମହାମାରୀ ପ୍ରକୋପ ପୁଣି ଥରେ ବଢିବାରେ ଲାଗିଥିବା ମଧ୍ୟରେ କିଛି ଦିନ ହେବ କରୋନା ମାମଲାରେ ବୃଦ୍ଧି ପରିଲକ୍ଷିତ ହେଉଥିଲା । ଗତକାଲି ଏଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏପରିକି ମୃତ୍ୟୁ ସଂଖ୍ୟରେ ମଧ୍ୟ ସାମାନ୍ୟ ହ୍ରାସ ହୋଇଛି ।

CoronaVirus

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 14 ହଜାର 830 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 18 ହଜାର 159 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 47 ହଜାର 512 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 36 ରେକର୍ଡ ହୋଇଛି ।

ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 39 ଲକ୍ଷ 20 ହଜାର 451 କୁ ବୃଦ୍ଧି ପାଇଥିବା ସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 32 ଲକ୍ଷ 46 ହଜାର 829 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 26 ହଜାର 110 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 202 କୋଟି 50 ଲକ୍ଷ 57 ହଜାର 717 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 30 ଲକ୍ଷ 42 ହଜାର 476 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+