ସ୍ଥିର ରହିଛି କରୋନା ଦୈନିକ ସଂକ୍ରମଣ ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 134 ରୋଗୀ
ଗତ କିଛି ଦିନ ହେବ କରୋନା ଦୈନିକ ମାମଲାରେ ବୃଦ୍ଧି ପରେ ଏଥିରେ ଦୁଇ ଦିନ ଧରି ହ୍ରାସ ହୋଇଥିଲା । ବର୍ତ୍ତମାନ ଏଥିରେ ପୁଣି ବୃଦ୍ଧି ହୋଇଛି ।

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କରୋନା ଦୈନିକ ମାମଲାରେ ବୃଦ୍ଧି ପରେ ଏଥିରେ ଦୁଇ ଦିନ ଧରି ହ୍ରାସ ହୋଇଥିଲା । ବର୍ତ୍ତମାନ ଏଥିରେ ପୁଣି ବୃଦ୍ଧି ହୋଇଛି । ଏଥି ସହିତ କୌଣସି କରୋନା ରୋଗୀଙ୍କ ପ୍ରାଣ ହାନି ହୋଇନାହିଁ, ଯାହାକି ବିଶେଷଜ୍ଞଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 134 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 170 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 1 ହଜାର 962 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ କୌଣସି ରୋଗୀ କରୋନା କାଣରୁ ପ୍ରାଣ ହରାଇନାହାଁନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 81 ହଜାର 505 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 48 ହଜାର 815 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 728 ରୋଗୀ ପ୍ରାଣ ହରାଇଛନ୍ତି ।
କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 220 କୋଟି 20 ଲକ୍ଷ 39 ହଜାର 815 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 1 ଲକ୍ଷ 86 ହଜାର 727 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications