ଗତ 24 ଘଣ୍ଟା ମଧ୍ୟରେ 12,885 ନୂତନ ମାମଲା ଏବଂ ସୁସ୍ଥ ହେଲେ 15,054 ଜଣ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 12 ହଜାର 885 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 461 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 13 ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 12 ହଜାର 885 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 461 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

CoronaVirus

ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 15 ହଜାର 54 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 48 ହଜାର 579 ସକ୍ରିୟ ମାମଲା ରହିଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 43 ଲକ୍ଷ 21 ହଜାର 25 ରେ ପହଞ୍ଚିଛି । ଏଥିସହିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 59 ହଜାର 652 କୁ ବୃଦ୍ଧି ପାଇଛି । ସେହିପରି ମୋଟ 3 କୋଟି 37 ଲକ୍ଷ 12 ହଜାର 794 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।
ଅପରପକ୍ଷରେ ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 107 କୋଟି 63 ଲକ୍ଷ 14 ହଜାର 440 ଡୋଜ୍ ଟୀକାକରଣ ହୋଇସାରିଛି । ଏଥିମଧ୍ୟରୁ ଗତ 24 ଘଣ୍ଟାରେ 30 ଲକ୍ଷ 90 ହଜାର 920 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+