କରୋନା ମାମଲାରେ ଆଖିଦୃଶିଆ ହ୍ରାସ, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 12751 ଆକ୍ରାନ୍ତ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 12 ହଜାର 751 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 16 ହଜାର 412 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ମାମଲାରେ ବୃଦ୍ଧି ପରିଲକ୍ଷିତ ହେବା ପରେ ଗତକାଲି ଏଥିରେ ଆଖିଦୃଶିଆ ହ୍ରାସ ହୋଇଛି । ଏହା ବର୍ତ୍ତମାନ 13 ହଜାର ତଳକୁ ଖସି ଆସିଛି । ଏପରିକି ସକ୍ରିୟ ମାମଲା ଏବେ ମଧ୍ୟ ଏକ ଲକ୍ଷ 31 ହଜାର ପରେ ରହିଛି ।
ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 12 ହଜାର 751 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 16 ହଜାର 412 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 31 ହଜାର 807 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 42 ରେକର୍ଡ ହୋଇଛି ।

ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 41 ଲକ୍ଷ 74 ହଜାର 650 ବୃଦ୍ଧି ପାଇଥିବା ସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 35 ଲକ୍ଷ 16 ହଜାର 071 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 26 ହଜାର 722 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 206 କୋଟି 88 ଲକ୍ଷ 49 ହଜାର 775 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 31 ଲକ୍ଷ 95 ହଜାର 034 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications