ଡରାଉଛି କରୋନା ମୃତ୍ୟୁ : ଗତ 24 ଘଣ୍ଟାରେ 501 ମୃତ, ଚିହ୍ନଟ ହେଲେ 12516 ନୂଆ ରୋଗୀ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 12 ହଜାର 516 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହିତ ଏହି ସମୟ ମଧ୍ୟରେ 13 ହଜାର 155 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 12 ହଜାରରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 12 ହଜାର 516 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହିତ ଏହି ସମୟ ମଧ୍ୟରେ 13 ହଜାର 155 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

CoronaVirus

ଅପରପକ୍ଷରେ ଚିନ୍ତା ବଢାଇଛି କରୋନାଜନ୍ତ ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 504 ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ଦେଶରେ ମୋଟ କରୋନାଜନ୍ତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 62 ହଜାର 690 ରେ ପହଞ୍ଚିଛି ।

ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 44 ଲକ୍ଷ 14 ହଜାର 186 ରେ ପହଞ୍ଚିଛି । ସେହିପରି ଦେଶରେ 3 କୋଟି 38 ଲକ୍ଷ 14 ହଜାର 80 ଜଣ କରୋନା ରୁ ସୁସ୍ଥ ହୋଇସାରିଲେଣି ।

ଦେଶରେ ଚାଲିଥିବା କୋରନା ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 110 କୋଟି 79 ଲକ୍ଷ 51 ହଜାର 225 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 53 ଲକ୍ଷ 81 ହଜାର 889 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+