ଦୈନିକ ସଂକ୍ରମିତ ସଂଖ୍ୟାରେ ସାମାନ୍ୟ ହ୍ରାସ : ଗତ 24 ଘଣ୍ଟାରେ 125174 ଜଣ ରୋଗୀ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 12 ହଜାର 514 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 251 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 13 ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 12 ହଜାର 514 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 251 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 12 ହଜାର 718 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 58 ହଜାର 817 ସକ୍ରିୟ ମାମଲା ରହିଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 42 ଲକ୍ଷ 85 ହଜାର 814 ରେ ପହଞ୍ଚିଛି । ଏଥିସହିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 58 ହଜାର 437କୁ ବୃଦ୍ଧି ପାଇଛି । ସେହିପରି ମୋଟ 3 କୋଟି 36 ଲକ୍ଷ 68 ହଜାର 560 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।
ଅପରପକ୍ଷରେ ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 106 କୋଟି 31 ଲକ୍ଷ 24 ହଜାର 205 ଡୋଜ୍ ଟୀକାକରଣ ହୋଇସାରିଛି । ଏଥିମଧ୍ୟରୁ ଗତ 24 ଘଣ୍ଟାରେ 12 ଲକ୍ଷ 77 ହଜାର 542 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications