କରୋନା ଅପେଡେଟ୍ : ଗତ 24 ଘଣ୍ଟାରେ 43 ପ୍ରତିଶତ ହ୍ରାସ ପାଇଲା କରୋନା ଦୈନିକ ମାମଲା, ଚିହ୍ନଟ ହେଲେ 1247 ରୋଗୀ

ଗତକାଲି ଅପେକ୍ଷା ଆଜି କରୋନା ଦୈନିକ ସଂକ୍ରମଣ ମାମଲାରେ ପୁଣି ହ୍ରାସ ହୋଇଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା 2193 ଥିବା ବେଳେ ଗତ 24 ଘଣ୍ଟାରେ ଏଥିରେ 43 ପ୍ରତିଶତ ହ୍ରାସ ହୋଇ 12 ଶହରେ ପହଞ୍ଚିଛି ।

ନୂଆଦିଲ୍ଲୀ : ଗତକାଲି ଅପେକ୍ଷା ଆଜି କରୋନା ଦୈନିକ ସଂକ୍ରମଣ ମାମଲାରେ ପୁଣି ହ୍ରାସ ହୋଇଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା 2193 ଥିବା ବେଳେ ଗତ 24 ଘଣ୍ଟାରେ ଏଥିରେ 43 ପ୍ରତିଶତ ହ୍ରାସ ହୋଇ 12 ଶହରେ ପହଞ୍ଚିଛି ।

CoronaVirus

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 1247 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଜଣକର ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 928 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ 11 ହଜାର 860 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 45 ହଜାର 527 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 11 ହଜାର 701 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 21 ହଜାର 966 ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 186 କୋଟି 72 ଲକ୍ଷ 15 ହଜାର 865 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+