ଗତ 24 ଘଣ୍ଟାରେ 1150 କରୋନା ରୋଗୀ ଚିହ୍ନଟ, 4 ରୋଗୀଙ୍କ ମୃତ୍ୟୁ

ଗତ 24 ଘଣ୍ଟାରେ ମୋଟ 1150 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ 4 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 954 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ସାରା ଦେଶରେ ଗତକାଲି ସାମାନ୍ୟ ହ୍ରାସ ପରେ ଆଜି ପୁଣି ବୃଦ୍ଧି ହୋଇଛି । ଏହା ବ୍ୟତୀତ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 1150 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ 4 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 954 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

CoronaVirus

ବର୍ତ୍ତମାନ ଦେଶରେ ମୋଟ 11 ହଜାର 558 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 42 ହଜାର 097 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 8 ହଜାର 788 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 21 ହଜାର 751 ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 186 କୋଟି 51 ଲକ୍ଷ 53 ହଜାର 593 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତକାଲି 12 ଲକ୍ଷ 56 ହଜାର 533 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+