ପୁଣି ବଢିଲା କରୋନାଜନିତ ମୃତ୍ୟୁ ସଂଖ୍ୟା, ଗତ 24 ଘଣ୍ଟାରେ 1150 ରୋଗୀ ଚିହ୍ନଟ, 83 ମୃତ
ଗତ 24 ଘଣ୍ଟାରେ ମୋଟ 1150 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 83 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 1194 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ ଗତ କିଛି ଦିନ ହେବ ଦୈନିକ କରୋନା ମାମଲାରେ ହ୍ରାସ ହେବାରେ ଲାଗିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଖିଦୃଶିଆ ହୋଇଥିଲା । କିନ୍ତୁ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 1150 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 83 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହି ଏହି ସମୟରେ ମୋଟ 1194 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ 11 ହଜାର 365 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 34 ହଜାର 217 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 1 ହଜାର 196 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 21 ହଜାର 656 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 185 କୋଟି 55 ଲକ୍ଷ 7 ହଜାର 496 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 14 ଲକ୍ଷ 79 ହଜାର 544 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications