କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ 11466 ରୋଗୀ ଚିହ୍ନଟ, 460 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 11 ହଜାର 466 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ କରୋନାଜନିତ ମୃତ୍ୟ ଚିନ୍ତା ବଢାଇଛି । ଏହି ସମୟରେ 460 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 11 ହଜାରରୁ ସାମାନ୍ୟ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 11 ହଜାର 466 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ କରୋନାଜନିତ ମୃତ୍ୟ ଚିନ୍ତା ବଢାଇଛି । ଏହି ସମୟରେ 460 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 61 ହଜାର 849 ରେ ପହଞ୍ଚିଛି ।
ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 11 ହଜାର 961 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 39 ହଜାର 683 ସକ୍ରିୟ ମାମଲା ରହିଛି ।
ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ଏପର୍ଯନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା 3କୋଟି 43 ଲକ୍ଷ 88 ହଜାର 579 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ମୋଟ 3 କୋଟି 37 ଲକ୍ଷ 87 ହଜାର 47 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।
ଅପରପକ୍ଷରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 109 କୋଟି 63 ଲକ୍ଷ 59 ହଜାର 208 ଡୋଜ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ 24 ଘଣ୍ଟାରେ 59 ଲକ୍ଷ 69 ହଜାର 137 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications