କମୁଛି ସଂକ୍ରମଣ, ଚିନ୍ତା ବଡାଉଛି ମୃତ୍ୟୁ ସଂଖ୍ୟା : ଗତ 24 ଘଣ୍ଟାରେ 10853 ରୋଗୀ ଚିହ୍ନଟ, 526 ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 10 ହଜାର 853 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ କୋରନାଜନିତ ମୃତ୍ୟ ଚିନ୍ତା ବଢାଇଛି । ଏହ ସମୟରେ 526 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 11 ହଜାରରୁ ସାମାନ୍ୟ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 10 ହଜାର 853 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ କୋରନାଜନିତ ମୃତ୍ୟ ଚିନ୍ତା ବଢାଇଛି । ଏହ ସମୟରେ 526 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 12 ହଜାର 432 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 44 ହଜାର 845 ସକ୍ରିୟ ମାମଲା ରହିଛି । ମୋଟ 3 କୋଟି 37 ଲକ୍ଷ 24 ହଜାର 959 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।












Click it and Unblock the Notifications