କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ 10549 ରୋଗୀ ଚିହ୍ନଟ, 488 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 10 ହଜାର 549 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି । ଗତ 24 ଘଣ୍ଟାରେ 488 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ ବଡ଼ ହ୍ରାସ ପରେ ରୋଗୀଙ୍କ ସଂଖ୍ୟାରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 10 ହଜାରରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 10 ହଜାର 549 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି । ଗତ 24 ଘଣ୍ଟାରେ 488 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

CoronaVirus

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 9 ହଜାର 868 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 10 ହଜାର 133 ସକ୍ରିୟ ମାମଲା ରହିଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 55 ହଜାର 431 ରେ ପହଞ୍ଚିଛି । ଏଥିସହିତ ମୋଟ 3 କୋଟି 39 ଲକ୍ଷ 77 ହଜାର 870 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ଅପରପକ୍ଷରେ ଦେଶରେ ଏପର୍ଯ୍ୟନ୍ତ ମୋଟ 4 ଲକ୍ଷ 67 ହଜାର 468 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଏଥିସହିତ ଦେଶରେ ଚାଲିଥିବା ଟୀକାକଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 120 କୋଟି 27 ଲକ୍ଷ 3 ହଜାର 654 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ 24 ଘଣ୍ଟାରେ 83 ଲକ୍ଷ 88 ହଜାର 824 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+