10 ହଜାରକୁ ଖସିଲା କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ 10,173 ରୋଗୀ ଚିହ୍ନଟ, 243 ଜଣଙ୍କର ପ୍ରାଣହାନି
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 10 ହଜାର 273 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 243 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ବର୍ତ୍ତମାନ ଏହି ମାମଲାରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । କରୋନା ଦୈନିକ ମାମଲା ହ୍ରାସ ପାଇ ବର୍ତ୍ତମାନ 10 ହଜାର ପାଖାପାଖି ରହିଛି । ଏଥିସହିତ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 10 ହଜାର 273 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 243 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ 20 ହଜାର 439 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 22 ଲକ୍ଷ 90 ହଜାର 921 ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 13 ହଜାର 724 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ 1 ଲକ୍ଷ 11 ହଜାର 472 ସକ୍ରିୟ ରୋଗୀ ଅଛନ୍ତି । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 16 ହଜାର 117 ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 177 କୋଟି 44 ଲକ୍ଷ 8 ହଜାର 129 ଡୋଜ୍ ଟିକା ଦିଆଯାଇଛି । ଗତକାଲି ଏଥିମଧ୍ୟରୁ 24 ଲକ୍ଷ 5 ହଜାର 49 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications