ଦୁଇ ଦିନ ହ୍ରାସ ପରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହଜାରେ ପରେ ଦୈନିକ ସଂକ୍ରମଣ ମାମଲା

ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ସଂକ୍ରମଣରେ ଅହେତୁକ ବୃଦ୍ଧି ପରେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ଦୁଇ ଦିନ ଧରି କରୋନା ମାମଲା 5 ଶହ ପାଖାପାଖି ଥିବା ବେଳେ ବର୍ତ୍ତମାନ ପୁଣି ହଜାରେ ପାର୍ ହୋଇଛି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି, କରୋନାଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 1019 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 2 ହଜାର 661 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 11 ହଜାର 393 ରେ ପହଞ୍ଚିଛି । ଏହି ସମୟରେ 2 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 49 ଲକ୍ଷ 83 ହଜାର 152 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 44 ଲକ୍ଷ 39 ହଜାର 695 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 794 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications