କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 10126 ନୂଆ ରୋଗୀ ଚିହ୍ନଟ, 332 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 10 ହଜାର 126 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ କରୋନାଜନିତ ମୃତ୍ୟ ଚିନ୍ତା ବଢାଇଛି । ଏହି ସମୟରେ 332 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 10 ହଜାରରୁ ସାମାନ୍ୟ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 10 ହଜାର 126 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

CoronaVirus

ଅପରପକ୍ଷରେ କରୋନାଜନିତ ମୃତ୍ୟ ଚିନ୍ତା ବଢାଇଛି । ଏହି ସମୟରେ 332 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 61 ହଜାର 389 ରେ ପହଞ୍ଚିଛି ।

ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 11 ହଜାର 982 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 40 ହଜାର 638 ସକ୍ରିୟ ମାମଲା ରହିଛି ।

ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ଏପର୍ଯନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା 3କୋଟି 43 ଲକ୍ଷ 77 ହଜାର 113 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ମୋଟ 3 କୋଟି 37 ଲକ୍ଷ 75 ହଜାର 86 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।

ଅପରପକ୍ଷରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 109 କୋଟି 8 ଲକ୍ଷ 16 ହଜାର 356 ଡୋଜ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ 24 ଘଣ୍ଟାରେ 59 ଲକ୍ଷ 8 ହଜାର 440 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+