ଅଣାୟତ କରୋନାଜନିତ ମୃତ୍ୟୁ : ଗତ 24 ଘଣ୍ଟାରେ 1.72 ଲକ୍ଷ ରୋଗୀ ଚିହ୍ନଟ, 1008 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 1 ଲକ୍ଷ 72 ହଜାର 433 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 2 ଲକ୍ଷ 59 ହଜାର 107 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଭୟାବହତା ବଢିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞମାନଙ୍କ ଚିନ୍ତାର କାରଣ ପାଲଟିଛି । ଆଶ୍ୱସ୍ତିକର ବିଷୟ ହେଉଛି ଯେ ଗତ କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି ।

CoronaVirus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 1 ଲକ୍ଷ 72 ହଜାର 433 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 2 ଲକ୍ଷ 59 ହଜାର 107 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଅପରପକ୍ଷରେ ଦେଶରେ ଗତ 24 ଘଣ୍ଟାରେ ମୋଟ 1008 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହା ବାଦ୍ ଆଜି ଦେଶରେ ମୋଟ 15 ଲକ୍ଷ 33 ହଜାର 921 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 18 ଲକ୍ଷ 03 ହଜାର 318 କୁ ବୃଦ୍ଧି ପାଇଛି । ସେହିପରି ଏଥିମଧ୍ୟରୁ ମୋଟ 3 କୋଟି 97 ଲକ୍ଷ 70 ହଜାର 414 ଜଣ ସୁସ୍ଥ ହୋଇ ସାରିଛନ୍ତି । ଏହା ବ୍ୟତୀତ କରୋନା କାରଣରୁ ଦେଶରେ ଏଯାବତ୍ ମୋଟ 4 ଲକ୍ଷ 98 ହଜାର 983 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି ।

ସାରା ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 167 କୋଟି 87ଲକ୍ଷ 93 ହଜାର 137 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 55 ଲକ୍ଷ 10ହଜାର 693 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+